Odia News Portal

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ୧୨ ବିଶେଷଜ୍ଞ ଡାକ୍ତର ଏହି ବିମାନରେ ଯାଇ ମାଲକାନଗିରିରେ ପହଞ୍ଚିବେ। କଟକର ଏସସିବି ଓ ରାଜଧାନୀର କ୍ଯାପିଟାଲ ହସ୍ପିଟାଲର ୧୨ଜଣିଆ ବିଶେଷଜ୍ଞ ଦଳ ସେଠାରେ ୪ ଦିନ ଧରି ରୋଗୀ ସେବା ଯୋଗାଇବେ।୧୨ ବିଶେଷଜ୍ଞ ଡାକ୍ତର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ। ଏନେଇ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।