Odia News Portal

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସରକାର

ଓଡିଶାର ସଡକ ଭିତ୍ତିଭୁମି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର। ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ନିର୍ମାଣକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଏହି ପ୍ରକଳ୍ପ ହେଲେ ଖୋର୍ଦ୍ଧା-ଭୁବନେଶ୍ବର-କଟକ ସହରରୁ କମିବ ଟ୍ରାଫିକ ସମସ୍ୟା। ଏଥିସହ ଓଡିଶାର ବିଭିନ୍ନ ଜିଲ୍ଲାକୁ ଗମନାଗମନ ଅଧିକ ସୁଗମ ହେବ। ତେବେ ଏହି ବଡ଼ ପ୍ରୋଜେକ୍ଟକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଉଦେଶ୍ୟରେ ରାଜ୍ୟ ଅତିଥି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିଧାୟକଗଣ ଓ ବରିଷ୍ଠ ନେତୃତ୍ୱମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗରେ ବିଗତ ୧୪ ମାସ ମଧ୍ୟରେ ଓଡ଼ିଶା ବିକାଶର ମନ୍ତ୍ରକୁ ପାଥେୟ କରି ପ୍ରଗତି ପଥରେ ଆଗକୁ ବଢ଼ୁଛି  । କେନ୍ଦ୍ର ସରକାର ଓଡ଼ିଶା ପାଇଁ ‘କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ଼’ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ।