Odia News Portal

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର କିସ୍ତି

ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି। ସୂଚନାଯୋଗ୍ୟ, ଗତବର୍ଷ ‘ନୂଆଁଖାଇ’ ଅବସରରେ ରାଜ୍ୟ ସରକାର ସିଏମ୍‌-କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଆଜି ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।