Odia News Portal

ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ  ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି। ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ଜଣାପଡ଼ିବ। ପୂର୍ବରୁ ଭୁବନେଶ୍ୱରରେ ଜନସଂଖ୍ୟା ଅନୁସାରେ କୁକୁର ସଂଖ୍ୟା ଅନୁମାନ କରାଯାଇଥିଲା। ଏହି ହିସାବରେ ଭୁବନେଶ୍ୱରରେ ୪୦ରୁ ୪୫ ହଜାର କୁକୁର ଥିବା ଅନୁମାନ କରାଯାଉଛି। ତେବେ ଏହି ଗଣନା ପରେ ସହରରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ବିଏମସି କମିସନର କହିଛନ୍ତି।