ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା: ବିକିଲେ କିମ୍ବା ପିଇଲେ ଜରିମାନା ନିଷ୍ପତ୍ତି By Swadhikar News Last updated Sep 9, 2025 ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କଣ୍ଟାସାରୁ, ରାବଣଗୁଡ଼ା, ମୁଣ୍ଡିଗୁଡ଼ା ଗ୍ରାମବାସୀ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ୩ ଖଣ୍ଡ ଗ୍ରାମର ମହିଳା କଣ୍ଟାସାରୁ ଗ୍ରାମରେ ଏକତ୍ରିତ ହୋଇ ଏ ନେଇ ବୈଠକ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କେହି ମଦ ବିକ୍ରି କରନ୍ତି କିମ୍ବା ପିଅନ୍ତି ତାହାହେଲେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। କଣ୍ଟାସାରୁ, ରାବଣଗୁଡ଼ା ଓ ମୁଣ୍ଡିଗୁଡ଼ା ଗ୍ରାମରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ତିନିଟି ଗ୍ରାମରେ କିଛି ପରିବାର ମଦ ବିକ୍ରି କରୁଛନ୍ତି। ଫଳରେ କିଛି ମହିଳା ଓ ପୁରୁଷ ମଦ ପିଇ ଗାଁରେ ଏବଂ ଘରେ ଗଣ୍ଡଗୋଳ କରୁଛନ୍ତି। ଘରେ ଅଶାନ୍ତି ସୃଷ୍ଟି ହେଉଛି। ଛାତ୍ରମାନେ ପାଠ ପଢ଼ିବା ବଦଳରେ ମଦ ପିଇ ଭବିଷ୍ୟତ ନଷ୍ଟ କରୁଛନ୍ତି। ପୁରୁଷମାନେ କାମଧନ୍ଦା ଛାଡ଼ି ମଦ ପିଇ ଝଗଡ଼ା କରୁଛନ୍ତି। ତେଣୁ ଗାଁ ପରିବେଶ ଖରାପ ହେବାରେ ଲାଗିଛି। ପରିବାର ମୁଖିଆ ମଦ ପିଇ ଘରେ ପଡ଼ି ରହୁଥିବାରୁ ପରିବାର ଚଳାଇବାରେ ସମସ୍ୟା ହେଉଛି। ଗତ କିଛି ବର୍ଷ ମଧ୍ୟରେ କିଛି ଯୁବକ ଓ ନାବାଳକଙ୍କ ମଦ୍ୟପାନ କାରଣରୁ ଅକାଳ ମୃତ୍ୟୁ ହୋଇଛି। ତେଣୁ ଏହି ୩ଖଣ୍ଡ ଗାଁରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା। ଗ୍ରାମରେ ମଦ ବିକ୍ରି ବନ୍ଦ ନିଷ୍ପତ୍ତି ପରେ କିଛି ଅସାମାଜିକ ମାରିବା ପାଇଁ ଧମକ ଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି ମଦ ବିକ୍ରି ବନ୍ଦ ନ ହେଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅବକାରୀ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ମହିଳାଙ୍କ ଚେତାବନୀ ପରେ ବିଭାଗୀୟ ଅଧିକାରୀ ସମୀର ସ୍ୱାଇଁ ଗାଁକୁ ଯାଇ ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ଯମୁନା ଜାନୀ, ଦୈମତି ଜାନୀ, ବୁଦେଇ ଜାନୀ, ଚନ୍ଦ୍ରମନି ଜାନୀ, ଧନେଇ ଜାନୀ, ମଙ୍ଗଳଦେଇ ଜାନୀ, କୁମାରୀ ଜାନୀ, ବିମଳା ଜାନୀ, ରାବନି ଜାନୀ, ରତ୍ନାବତୀ ଜାନୀ, ଯୁଗଳ ନାୟକ, ଜଗବନ୍ଧୁ ଜାନୀ, ବୁଦମ ଜାନୀ, ଥବୀର ଜାନୀ, ପର୍ଶୁରାମ ଜାନୀ ଓ ଲକ୍ଷ୍ମଣ ଜାନୀ ସହ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ। liquorswadhikarswadhikar news Share