ଓଡ଼ିଶା ସୀମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା: ମୋଡେମ୍ ବାଲକ୍ରିଷ୍ଣା ନିପାତ By Swadhikar News Last updated Sep 11, 2025 ସୁରକ୍ଷା ବାହିନୀର ଯବାନମାନେ ଓଡ଼ିଶା-ଛତିଶଗଡ଼ ସୀମାରେ ଏକ ବଡ଼ଧରଣର ଏନ୍କାଉଣ୍ଟର କରିଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତ ମହାସମୁନ୍ଦ ଜିଲ୍ଲା ଗରିଆବନ୍ଧ ଜଙ୍ଗଲରେ ଯବାନ ନମାନେ ମୋଡେମ୍ ବାଲକ୍ରୀଷ୍ଣାକୁ ନିପାତ କରିଛନ୍ତି। ସୁରକ୍ଷା ବାହିନୀର ଏହି ଅପରସେନରେ STF ଯବାନ ନିୟୋଜିତ ଅଛନ୍ତି। ମୋଡେମ ବାଲକ୍ରୀଷ୍ଣା ଏକାଧିକ ନାମରେ ଜଣାଶୁଣା। ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ସେ ପରିଚିତ। ତେଲେଙ୍ଗାନାର ହାଇଦ୍ରାବାଦ୍ ନିବାସୀ ମେଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ରହିଥିଲା। କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଓନାଲ ବ୍ଯୁରୋ ସଦସ୍ଯ ଥିଲା। ଓଡ଼ିଶା ରାଜ୍ଯ କମିଟିର ମୁଖ୍ଯ ଥିଲା। ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ଥିଲା। ତା ନାଁରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପୁରସ୍କାର ଥିଲା। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ ଅଂଚଳରେ ସକ୍ରିୟ ଥିଲା। Modem Balakrishnaswadhikarswadhikar news Share