Odia News Portal

ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଅସଦାଚରଣ, ନିଜକୁ ବିଜେପି କର୍ମୀ କହି ଡ୍ରୋଜର ଲଗାଇ ଭାଙ୍ଗିଲେ ଝୁମ୍ପୁଡ଼ି ଘର

ବିଜେପି କର୍ମୀଙ୍କ କଳାକାରନାମା । ଦଳିତ ମହିଳାଙ୍କ ଝୁପୁଡି ଘର ଭାଙ୍ଗି, ଦିନ ଦ୍ୱିପ୍ରହରରେ ଡ୍ରୋଜର ଚଳାଇଲେ ଅନିଲ ସାହୁ ଓ ବଳରାମ ମିଶ୍ର। ସୂଚନା ମୁତାବକ ମିନତୀ ମାନସିଂ ନାମକ ନାମକ ଜଣେ ମହିଳା ବଳିଆ ପଣ୍ଡା ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଠାରେ ନିଜ ସ୍ୱାମୀ ସହ ଏକ ଝୁମ୍ପୁଡ଼ି ଘରେ ରହି ଆସୁଥିଲେ। ହେଲେ ଗତ ଅଗଷ୍ଟ ୨୩ ତାରିଖ ରେ ଅନିଲ ସାହୁ ଓ ବଳରାମ ମିଶ୍ର ନାମକ ଦୁଇ ବ୍ୟକ୍ତି ନିଜକୁ ବିଜେପି କର୍ମୀ କହିବା ସହ ୧୦ ରୁ ଲୋକଙ୍କ ସହ ଝୁମ୍ପଡ଼ି ଘରେ ପଶି ମିନତୀଙ୍କୁ ଜବରଦସ୍ତ ୫୦୦୦ ଟଙ୍କା ଫୋନପେ ରେ ପଠାଇ ଘର ଖାଲି କରିବାକୁ କହିଥିଲେ । ହେଲେ ମିନତୀ ଅରାଜି ହେବାରୁ ସେମାନେ ଅସଦାଚରଣ କରିବା ସହ ଡ୍ରୋଜର ଲଗାଇ ଝୁମ୍ପୁଡ଼ି ଘରକୁ ଭାଙ୍ଗିବା ସହ ମିନତୀଙ୍କୁ ତଢ଼ି ଦେଇଥିବା ଏତଲାରେ ଉଲେଖ୍ୟ ରହିଛି। ତେବେ ଥାନାର ଦ୍ୱାରସ୍ଥ ହେଲା ପରେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ପହଞ୍ଚି ନ୍ୟାୟ ପାଇଁ ଗୁହାରି କରିଥିଲେ ମିନତୀ। ଏବେ ଏହି କେଶ ର ତଦନ୍ତ ଭାର ନେଇଛନ୍ତି ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ ସାହୁ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ। ଘଟଣା ଏତେ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀ କୁ ନ ଧରି ହାତ ବାନ୍ଧି ବସିଛି ପୋଲିସ । ଅନ୍ୟପକ୍ଷରେ ମହିଳା ନିଜର ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ସୁରକ୍ଷା ସହ ନ୍ୟାୟ ଆଶା ରେ ରହିଛନ୍ତି ।