ଶିକ୍ଷାନୁଷ୍ଠାନରେ ଶାରୀରିକ ନିର୍ଯାତନା: ଖୋଲିଲା ବଡ଼ ବିଶ୍ବବିଦ୍ୟାଳୟର ଗୁମର, ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ… By Swadhikar News Last updated Sep 19, 2025 ଶିକ୍ଷାନୁଷ୍ଠାନରେ ବଢୁଛି ନିର୍ଯାତନା। ଦିଆଯାଉଛି ଶାରୀରିକ ଓ ମାନସିକ ସହ ଯୌନ ନିର୍ଯାତନା। ଏଭଳି ସାଙ୍ଘାତିକ ତଥ୍ୟ ଆଜି ସାମ୍ନାକୁ ଆସିଛି ଯେତେବେଳେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ତାଙ୍କର ଲିଖିତ ଉତ୍ତର ରଖିଛନ୍ତି। ତେବେ ତଥ୍ଯ ଅନୁସାରେ ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢ଼ିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ୬ ଜଣ ଯୌନ ନିର୍ଯାତନାର ଶିକାର, ୯ ଜଣ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ବେଳେ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଛି ବୋଲି ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିର୍ଯାତନାର ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ବଡ଼ ବିଶ୍ବବିଦ୍ୟାଳୟରେ ନିର୍ଯାତନାର ଦାଗ ଲାଗିଛି। ଉତ୍କଳ ବିଶ୍ଵବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି। ଯେଉଁଥିରୁ ୩ଟି ଯୌନ ନିର୍ଯାତନା, ଗୋଟେ ଅଶ୍ଳୀଳ ଭାଷା ପ୍ରୟୋଗ, ଗୋଟେ ମାନସିକ ନିର୍ଯାତନା ମାମଲା ରହିଛି।ସେହିପରି ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୩ଟି ମାନସିକ ନିର୍ଯାତନା, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଗୋଟେ ଯୌନ ନିର୍ଯାତନା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଗୋଟେ ମାନସିକ ନିର୍ଯାତନା ଓ ଗୋଟେ ଅସଦାଚରଣ ମାମଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ୩ଟି ମାନସିକ ନିର୍ଯାତନା ଅଭିଯୋଗ ରହିଛି। ତେବେ ନିର୍ଯାତନାର ଏ ନିଆଁରୁ ବି ବର୍ତ୍ତିନି ଓଡିଶାର ଏକକ ମହିଳା ବିଶ୍ୱବିଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବି ଯୌନ ନିର୍ଯାତନା ଦିଆଯାଇଛି। ଜଣେ ଛାତ୍ରୀ ଯୌନ ନିର୍ଯାତନା ଯୋଗୁଁ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। Physical abuseswadhikarswadhikar news Share