Odia News Portal

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର୍

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର୍ ପରଲୋକରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ପରଲୋକ । ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଜର୍ଜ ତିର୍କି । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଜର୍ଜ ତିର୍କିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜର୍ଜ ତିର୍କିଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ବିଧାନସଭା ପରିସରରେ ଜର୍ଜ ତିର୍କିଙ୍କ ମରଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଜର୍ଜ ତିର୍କିଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କ ସମେତ ବିଧାନସଭାର ସମସ୍ତ ସଦସ୍ୟ ସୂଚନ୍ୟା ଯୋଗ୍ୟ ଯେ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ ଜର୍ଜ ତିର୍କି -୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ । jMMରୁ ୨ ଥର, ଥରେ ସ୍ବାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ ।  ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ ଜର୍ଜ ତିର୍କି ବୀରମିତ୍ରପୁରରେ ଖୁବ୍‌ ଲୋକପ୍ରିୟ ଥିଲେ ।