ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି: ଈରାଶିଷ ଆଚାର୍ଯ୍ୟ By Swadhikar News Last updated Sep 20, 2025 ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଆଲୋଚନାକୁ ଆସିବାକୁ ଚାହୁଁନାହାନ୍ତି। ସେମାନଙ୍କ ପୋଲ ଖୋଲିଯିବ ବୋଲି ସେମାନେ ଗୃହ ଚଳାଇ ଦେଉନାହାନ୍ତି। ଆଜି ସୁଯୋଗ ଥିଲା ସାର ଅଭାବ ପ୍ରସଙ୍ଗରେ ବିଜେଡି କାହିଁକି ମୁଲତବୀ ପ୍ରସ୍ତାବ ଆଣିଲା ନାହିଁ। ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇପାରିଥାନ୍ତା।ଈରାଶିଷ ଆଚାର୍ଯ୍ୟ ଆହୁରି କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ବିଜେଡି ଓ କଂଗ୍ରେସର ଚିନ୍ତା ନାହିଁ। ବିଜେଡି ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ମଧ୍ୟ ନିଜ ଆସନରେ ପ୍ରତିବାଦ କରିଥିଲା। ଓଡ଼ିଶା ଆଗକୁ ଯାଉ ବୋଲି ବିରୋଧୀ ଚାହୁଁ ନାହାନ୍ତି। ସେମାନେ ତଥ୍ୟ ସାମ୍ନାକୁ ଆସୁ ବୋଲି ଚାହୁଁନାହାନ୍ତି । ଲୋକଙ୍କୁ ଭୁଆଁ ବୁଲିବାକୁ ଚେଷ୍ଟା କରୁଛି ବିଜେଡି, ତାଙ୍କୁ ସମର୍ଥନ ଦେଉଛି କଂଗ୍ରେସ। ପୂର୍ବରୁ ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ବିତର୍କ କରିବାକୁ ଚାହୁଁ ନାହାନ୍ତି । ପ୍ରଶ୍ନକାଳ କରାଇ ଦେଉନାହିଁ ବିଜେଡି। swadhikarswadhikar news Share