ନବରାତ୍ରୀରେ କାହିଁକି ଖାଆନ୍ତି ନାହିଁ ପିଆଜ ଏବଂ ରସୁଣ ? By Swadhikar News Last updated Sep 25, 2025 ନବରାତ୍ରୀ ସମୟରେ ପ୍ରାୟ ସମସ୍ତେ ଦୁର୍ଗା ମାଁଙ୍କ ଆରଧାନ କରିଥାନ୍ତି। ସବୁଆଡ଼େ ଶୁଣିବାକୁ ମିଳିଥାଏ ମା ଙ୍କ ଜୟଜୟକାର। ତେବେ ସାଧାରଣତଃ ନବରାତ୍ରୀ ସମୟରେ କୌଣସି ବ୍ଯକ୍ତି ବ୍ରତ କରିବା ସହ ପିଆଜ-ରସୁଣ ଖାଇନଥାନ୍ତି। ତେବେ ଖାଲି ତାହା ନୁହଁ ପ୍ରାୟତଃ ପୂଜା ଏବଂ ବ୍ରତ ସମୟରେ ବିନା ପିଆଜ ଏବଂ ରସୁଣ ଖାଇଥାନ୍ତି। ଆଜି ଆମେ ଏହା ପଛର କାରଣ ବିଷୟରେ କହିବାକୁ ଯାଉଛୁ। କଥାରେ ଅଛି ପିଆଜ-ରସୁଣ ଶରୀରକୁ ଅଧିକ ଗରମ କରିଥାଏ। ପରମ୍ପରା ଅନୁଯାୟୀ ପୂଜା ଏବଂ ବ୍ରତ ସମୟରେ ଯଥା ସମ୍ବଭ ଶରୀରକୁ ଶୀତଳ ତଥା ଥଣ୍ଡା ରଖିବା ଉଚିତ। ଏଣୁ ନବରାତ୍ରୀ ଏବଂ ଅନ୍ଯାନ ପୂଜା ସମୟରେ ପିଆଜ- ରସୁଣକୁ ମନା କରାଯାଇଥାଏ। ପିଆଜ- ରସୁଣକୁ ଆମିଷରେ ଗଣାଯାଇଥାଏ। କୁହାଯାଇଥାଏ ଏହାକୁ ଖାଇବା ଦ୍ବାରା ମନରେ କାମନାବାସନା ଭାବ ଜାଗ୍ରତ ହୋଇଥାଏ। ଏଣୁ ବ୍ରତ ଏବଂ ପୂଜା ସମସ୍ତରେ ମନରେ ଏକାଗ୍ରତ ରଖିବା ପାଇଁ ପିଆଜ- ରସୁଣକୁ ବାରଣ କରାଯାଇଥାଏ। ତେବେ ଖାଲି ପିଆଜ ଏବଂ ରସୁଣ ନୁହଁ ଯେକୌଣସି ପ୍ରତିହିଂସା ପରାୟଣ ଜିନିଷକୁ ପୂଜାପର୍ବ ସମୟରେ ପିଆଜ- ରସୁଣ ସହ ବିଭିନ୍ନ ପ୍ରକାରର ଆମିଷ ଖାଦ୍ଯକୁ ମନା କରାଯାଇଥାଏ। swadhikar Share