ଗୁହାଳରୁ ୧୦ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଞ୍ଜାମ ଜିଲ୍ଲା ବାଦପୁର ପଞ୍ଚାୟତବାଲି ପଦର ଗାଁର ଦେବ ନାୟକଙ୍କ ଗୁହାଳରୁ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି । ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ଜଗନ୍ନାଥ ସାହୁ ଘଟଣାସ୍ଥଳରୁ ଅହିରାଜକୁ ଉଦ୍ଧାର କରିଛନ୍ତି। ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ। ଉଦ୍ଧାର ପରେ ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।