କଟକରେ କର୍ଫ୍ୟୁ କୋହଳ, ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା By Swadhikar News Last updated Oct 7, 2025 କଟକ ସହରାଞ୍ଚଳରେ କୋହଳ ହେଲା କର୍ଫ୍ୟୁ କଟକଣା । କଟକ ସହରରେ ଜୀବନଯାତ୍ରା ଏକ ପ୍ରକାର ସ୍ୱାଭାବିକ ହେବାର ଲାଗିଛି । ଧୀରେ ଧୀରେ କଟକରେ ଶାନ୍ତି ଫେରୁଛି । ତେବେ ସହରରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର । ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କଟକ ସହରରେ କର୍ଫ୍ୟୁ କଟକଣା ଥିଲା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା । ମଙ୍ଗଳାବାଗ, କ୍ୟାଣ୍ଟନ୍ ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍ ବାଗ, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍ ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା । କର୍ଫ୍ୟୁ କୋହଳ ହେବା ପରେ ଜୀବନ ଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେଉଛି। ଅନ୍ୟପଟେ କଟକରେ ଆଜି ବି ଇଣ୍ଟରନେଟ୍ କଟକଣା ଜାରି ରହିଛି। ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ପୂର୍ବପରି ହ୍ବାଟସ ଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଉପରେ କଟକଣା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସେବା, ବ୍ୟାଙ୍କ, ରେଲୱେ ସେବା ଆଦି ପାଇଁ କିନ୍ତୁ କଟକଣା ବାରଣ କରାଯାଇଛି। swadhikarswadhikar news Share