ଦନ୍ତାହାତୀର ମୃତଦେହ ଉଦ୍ଧାର By Swadhikar News Last updated Oct 8, 2025 ଦେବଗଡ଼ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ରେଙ୍ଗାଳବେଡ଼ା ସେକ୍ସନ ଟିଙ୍କବୀର ବିଟ୍ ଅନ୍ତର୍ଗତ କାଉଁଶିତଇଲାଠାରେ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। କୌଣସି କାରଣରୁ ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ଘଟିଥିବା ବେଳେ ଭୋର ସକାଳୁ ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ, ଫରେଷ୍ଟର ପ୍ରଦୀପ ଶତପଥୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ରିଆମାଳ ଫରେଷ୍ଟ ରେଞ୍ଜ ରେଙ୍ଗାଳବେଡ଼ା ସେକ୍ସନ ଟିଙ୍କବୀର ବିଟ୍ ଅନ୍ତର୍ଗତ କାଉଁଶିତଇଲାଠାରେ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। କୌଣସି କାରଣରୁ ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ଘଟିଥିବା ବେଳେ ଭୋର ସକାଳୁ ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ, ଫରେଷ୍ଟର ପ୍ରଦୀପ ଶତପଥୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଉକ୍ତ ହାତୀଟି କିଛି ଦିନ ହେଲା ଏହି ଅଞ୍ଚଳରେ ରହି ଉପଦ୍ରବ କରୁଥିଲା। ମାତ୍ର ଆଜି ତାର ମୃତ୍ୟୁ ଘଟିଥିବା ବେଳେ କାରଣ ଅସ୍ପଷ୍ଟ ହେଉଛି। ମୃତ୍ୟୁ ହାତୀକୁ ଦେଖିବାକୁ ବହୁ ଜନସାଧାରଣଙ୍କ ଭିଡ଼ ଲାଗି ରହିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଉକ୍ତ ହାତୀଟି କିଛି ଦିନ ହେଲା ଏହି ଅଞ୍ଚଳରେ ରହି ଉପଦ୍ରବ କରୁଥିଲା। ମାତ୍ର ଆଜି ତାର ମୃତ୍ୟୁ ଘଟିଥିବା ବେଳେ କାରଣ ଅସ୍ପଷ୍ଟ ହେଉଛି। ମୃତ୍ୟୁ ହାତୀକୁ ଦେଖିବାକୁ ବହୁ ଜନସାଧାରଣଙ୍କ ଭିଡ଼ ଲାଗି ରହିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। elephentswadhikarswadhikar news Share