Odia News Portal

ସିବିଆଇ ହାତରେ ଧରା ପଡ଼ିଲେ ବନ୍ଧମୁଣ୍ଡା ଆରପିଏଫ ଯବାନ

ଆଜି ସକାଳେ ରାଉରକେଲା ସିବିଆଇ ଟିମ ରାଉଲକେଲା ବିଶ୍ରା ଛକ ଠାରେ ବନ୍ଧମୁଣ୍ଡା ଆରପିଏଫ ଥାନାର ଜଣେ ଆରପିଏଫ ଯବାନ ମହମ୍ମଦ ଅସରାରଙ୍କୁ ଜଣେ ବେପାରୀଠୁ ୧୫ ହାଜର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଗିରଫ କରିଛି। ଗିରଫ ଆରପିଏଫ ଯବାନଙ୍କୁ ସିବିଆଇ ଟିମ ଗିରଫ କରି ରାଉଲକେଲା ସିବିଆଇ କାର୍ଯ୍ୟାଳୟକୁ ନେଇ ଯାଇଛି।ଗିରଫ ଆରପିଏଫ ଯବାନ ସିବିଆଇକୁ ବୟାନ ଦେଇଛନ୍ତି ଯେ ସିଏ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ ଟୋକାସଙ୍କ କହିବା ଅନୁଯାୟୀ ଏହି ମହିଳା ବେପାରିଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ପାଇଁ ଆସିଥିଲି। ବର୍ତମାନ ସିବିଆଇ ଟିମର ସଦସ୍ୟ ଘଟଣାର ତଦନ୍ତ କରିବା ସହିତ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ କୁମାର ଟୋକାସଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।