Odia News Portal

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ୍‌ର ୨୮ତମ ବୈଠକରେ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

ରାଜ୍ୟରେ ନୂତନ ପୁଂଜିନିବେଶକୁ ଆକର୍ଷିତ କରିବା ପାଇଁ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଅଧିକ ନିଯୁକ୍ତି ସୁଯୋଗ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ୨୦୨୫ ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ଏହାର ୨୭ତମ ବୈଠକରେ ଓଡ଼ିଶାରେ ପ୍ରୟୋଜ ନିମନ୍ତେ କାରଖାନା ଆଇନ ୧୯୪୮ରେ ସଂଶୋଧନ ପାଇଁ ପ୍ରସ୍ତାବ ଅନୁମୋଦନ କରିଥିଲେ।

-କ୍ଷୁଦ୍ର ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ ରାଜ୍ୟରେ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ମହିଳାମାନଙ୍କ ପାଇଁ ଅଧିକ କାର୍ଯ୍ୟ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

-ଚଳିତ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ଚଳିତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ  ଶେଷ ହେବ। ଏହି ବର୍ଷବ୍ୟାପୀ ଅବଧୀ ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ। ନଭେମ୍ବର ମାସରୁ ଖରିଫ ଋତୁରେ ଉତ୍ପାଦିତ ଧାନ କିଣାଯିବ। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ କିଣାଯିବ। କେବଳ ପଂଜୀକୃତ ଚାଷୀମାନଙ୍କ ଠାରୁ ଧାନ କିଣାଯିବ।

-ରାଜ୍ୟ କ୍ୟାବିନେଟ୍‌ର ଗୃହୀତ ନିଷ୍ପତ୍ତି କ୍ରମେ ‘ସ୍ବଚ୍ଛ ଓଡ଼ିଶା’ ନାମିତ ରାଜ୍ୟ ଯୋଜନାରେ ପାଞ୍ଚ ବର୍ଷର ଅବଧି (ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦) ପାଇଁ ୧୬୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି।