Odia News Portal

ବାରିପଦା ମେଡିକାଲରୁ ଶିଶୁ ଚୋରିମାମଲା : ଶିଶୁପୁତ୍ର ଉଦ୍ଧାର, ମହିଳା ଗିରଫ

ବାରିପଦା ମେଡିକାଲରୁ ଶିଶୁ ଚୋରି ।  ଛୁଆକୁ ଧରି ଛୁ ମାରିଲେ ମହିଳା ।  ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ।  ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ ।  ବାରିପଦା ସଦର ରାଣୀଭୋଳ ଗାଁର ଧାନାଇଁ ହାଁସଦାଙ୍କ ପତ୍ନୀ ଫୁଲମଣୀ ସୋରେନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।ଗତକାଲି ରାତିରୁ ଜଣେ ମହିଳା ଆସି କଥା ହେବା ସହ ସମ୍ପର୍କ ବଢାଇଥିଲେ ।  ଆଜି ସକାଳୁ ମହିଳା ଜଣକ କୌଶକ୍ରମେ ଛୁଆକୁ ନେଇ ଉଭାନ ହୋଇଯାଇଥିଲେ ।  ବହୁ ଖୋଜାଖୋଜି କରିବା ପରେ ଛୁଆକୁ ନପାଇବାରୁ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି ଓ ଆଶାଦିଦି ।  ଅଭିଯୋଗ ପରେ ତଦନ୍ତ କରୁଛି ବାରିପଦା ଟାଉନ ଥାନା ପୋଲିସ ।ମିଳିଥିବା ସୂଚନା ଅନୁଯାୟୀ , ଆଜି ଉଦ୍ଧାର ହୋଇଛି ଶିଶୁପୁତ୍ର । ଚୋରୀ କରିଥିବା ଅଭିଯୁକ୍ତ ମହିଳା ଜଣକ ଗିରଫ ହୋଇଛନ୍ତି । ବୈଶୀଙ୍ଗା ଥାନା ଅଞ୍ଚାଲରୁ ମହିଳାଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହେଲେ ପାର୍ବତୀ ହେମ୍ବ୍ରମ । ତେବେ କେଉଁ କାରଣରୁ ପାର୍ବତୀ ଚୋରୀ କରିଥିଲା ତାହା ସ୍ପଷ୍ଟ ହୋଇନି? ପୋଲିସ ତଦନ୍ତ ଶେଷ ପରେ ଜଣାପଡ଼ିବ ଶିଶୁପୁତ୍ରକୁ ଚୋରି କରିବା ପଛର କାରଣ କଣ ?