Odia News Portal

ଲାଲବାହିନୀର ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମିଳିତ ଅପରେସନ ବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବଡ ଧରଣର ବିସ୍ପୋରଣ ଯୋଜନା କରି ଲାଲବାହିନୀ ଲୁଚାଇ ରଖିଥିବା ସାମଗ୍ରୀକୁ ଜବତ କରିଛି ପୋଲିସ । କେଜିଏଚ୍ ପାହାଡ ପାଖରୁ ଏସବୁକୁ ଜବତ କରିଛି କୋବ୍ରା, ସିଆରପିଏଫ ଓ ବିଜାପୁର ପୋଲିସର ମିଳିତ ଟିମ୍ । ରେଡ୍ ବେଳେ ୫୧ଟି ଗ୍ରେନେଡ୍ ଲଂଚର, ୧୦୦ ବଣ୍ଡଲ ତାର, ୫୦ଟି ଷ୍ଟିଲ ପାଇପ, ୨୦ଟି ଲୁହା ପ୍ଲେଟ ଜବତ କରାଯାଇଛି । ଅପରେସନ ବେଳେ ୫ଟି ପ୍ରେସର ଆଇଡିକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ ।