ଦିନକ ପରେ ବିଦାୟ ନେବ ମୌସୁମୀ By Swadhikar News Last updated Oct 16, 2025 ରାଜ୍ୟରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ଏଥିସହ ଦକ୍ଷିଣ ଉପଦ୍ବୀପ ଭାରତ ଏବଂ ଦକ୍ଷିଣ ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୂର୍ବ ଓ ଉତ୍ତର-ପୂର୍ବ ବାୟୁ ଚଳନ ଆରମ୍ଭ ହୋଇଯିବ। ଫଳରେ ଦକ୍ଷିଣ-ପୂର୍ବ ଉପଦ୍ବୀପ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଯୋଗୁଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ତାତିରେ ହାଲ୍କା କୁହୁଡ଼ି ପଡ଼ିବା ବି ଆରମ୍ଭ ହୋଇଗଲାଣି।ଆସନ୍ତା ୬ରୁ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ଆକାଶ ନିର୍ମଳ ଯୋଗୁଁ ଖରା ବି ପ୍ରବଳ ହେବ। ଏବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ। ଆକାଶ ଆଂଶିକ ମେଘୁଆ ବି ରହିପାରେ। ରାତିରେ କୁହୁଡ଼ି ବି ପଡ଼ିପାରେ। mansoonswadhikarswadhikar news Share