ନଦୀ ଉପର ମୁଣ୍ଡରେ କୁମ୍ଭୀର । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମଚାନ୍ଦ ପାଟଣା ସ୍ଥିତ କପାଳି ନଦୀରେ କୁମ୍ଭୀର ଆତଙ୍କ ଦେଖା ଦେଇଛି ।ଗତକାଲି ସନ୍ଧ୍ୟାରେ ଦୁଇଟି କୁମ୍ଭୀର ନଦୀର କୂଳରେ ଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । କୁମ୍ଭୀରକୁ ଦେଖିବା ପାଇଁ ଶହ ଶହ ଗ୍ରାମବାସୀଙ୍କ ଭିଡ଼ ନଦୀ କୂଳରେ ଲାଗିଥିଲା । ଏନେଇ ବନ ବିଭାଗକୁ ଜଣିବା ପରେ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସତର୍କ କରିଛନ୍ତି । ନଦୀରେ ପାଣି ଜୋର ଥିବାରୁ ତଳ ମୁଣ୍ଡରୁ କୁମ୍ଭୀର ପଳାଇଆସିଛି । ନଦୀ ତଟବର୍ତ୍ତୀ ଅଂଚଳର ଲୋକଙ୍କୁ ନଦୀକୁ ନଯିବା ପାଇଁ ମାଇକ ଯୋଗେ ସତର୍କ କରାଉଛି ବନ ବିଭାଗ ।