Odia News Portal

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା, ମୁନା ମହାନ୍ତି ସମେତ ଆଉ ୩ ଗିରଫ

ପୋଲିସ ଏସାଆଇ  ପରୀକ୍ଷା ଜାଲିଆତି ଘଟଣାରେ ମୁନା ମହାନ୍ତି ଗିରଫ । ଏସାଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଦଲାଲ ମୁନା ମହାନ୍ତିଙ୍କୁ ଗିରଫ କରିଛି । ଦଶପଲ୍ଲାରୁ ମୁନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନାଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏକ ଫାର୍ମ ହାଉସରେ ଲୁଚିଥିବାବେଳେ ଧରାପଡ଼ିଲେ ମୁନା । ପରୀକ୍ଷାର୍ଥୀଙ୍କଠୁ ସାର୍ଟିଫିକେଟ ନେଇ ମୁନା ଟଙ୍କା ଆଦାୟ କରୁଥିଲେ ବୋଲି ଜଣାପଡ଼ିଛି।  କ୍ରାଇମ୍ ବ୍ରାଞ୍ଚ ମୁନା ମହାନ୍ତିର ସହଯୋଗୀ ସୁକାନ୍ତ ମହାରଣା ଓ  ଅନ୍ୟ ଜଣେ ଅଭିଯୁକ୍ତକୁ ବି  କବଜାରେ ନେଇଛି । ମୁନା ପରୀକ୍ଷାର୍ଥୀଙ୍କ ଠାରୁ ସାର୍ଟିଫିକେଟ ନେଇ ଟଙ୍କା ଆଦାୟ କରୁଥିଲା ।  ସେ ହିଁ ତିନୋଟି ବସରେ ଆଶାୟୀ ପରୀକ୍ଷାର୍ଥୀଙ୍କୁ ବିଜୟନଗର ପଠାଇଥିଲା  ।