ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ ! ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି By Swadhikar News Last updated Oct 17, 2025 ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ । ବ୍ୟାରେଜ ଉପରେ କାର ରଖି ଯୁବକ ନିଖୋଜ ହୋଇଯାଇଛନ୍ତି । ମହାନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀରେ ଖୋଜାଖୋଜି ଜାରି ରଖିଛି । ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଛନ୍ତି ନା ଆଉ କେଉଁ ଆଡେ ଚାଲି ଯାଇଛନ୍ତି ତାହା ଅସ୍ପଷ୍ଟ ରହିଛି । ସେପଟେ ବାରଙ୍ଗ ଥାନା ପୋଲିସ ଓ ଜୋନ ଏସିପି ଶଶିକାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି କାର ଟିକୁ ଜବତ କରିବା ସହ ଏକ ନେଟ ମଧ୍ୟ ଜବତ କରିଛନ୍ତି । ଏଥିସହିତ ତାଙ୍କ ପରିବାର ଲୋକଙ୍କ ସହ ଘଟଣା ବିଷୟରେ ପଚାରି ବୁଝୁଛନ୍ତି । swadhikarswadhikar news Share