Odia News Portal

ଦରମା ଦେଉନି ଠିକାସଂସ୍ଥା, ଧାରଣାରେ ସଫେଇ କର୍ମଚାରୀ

ନିୟମିତ ଦରମା ଦେଉନି ଠିକାସଂସ୍ଥା। ବାରମ୍ବାର ଅବହେଳା କରୁଥିବାରୁ କାମ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅସ୍ଥାୟୀ ସଫେଇ କର୍ମଚାରୀ। ୩୦ ଟି ଟ୍ରାକ୍ଟର ଏବଂ ଅଟୋଟିପର ରଖି ଆବର୍ଜନା ପରିବହନ ବନ୍ଦ କରିଛନ୍ତି । ପ୍ରତିମାସ ୧୦ ତାରିଖ ସୁଦ୍ଧା ଦରମା ଦିଆଯାଉ ବୋଲି ଦାବି କରିଛନ୍ତି। ଏଥିସହ ପିଏଫ୍ ଟଙ୍କା ଜମା କରାଯାଉ ବୋଲି ମଧ୍ୟ ଅପିଲ କରିଛନ୍ତି। ପ୍ରଶାସନ ଏବଂ ଠିକାସଂସ୍ଥା ନଶୁଣିଲେ ମୁଖ୍ୟରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଅସ୍ଥାୟୀ ସଫେଇ କର୍ମଚାରୀ । ତେବେ ଏଯାବତ୍  ଠିକାସଂସ୍ଥା  କିମ୍ବା ପୌର ପ୍ରଶାସନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।