Odia News Portal

ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ , ଜବତ କଲା  ୪ କେଜି ୭୦୦ ଗ୍ରାମର  ୨ଟି ହାତୀ ଦାନ୍ତ

ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ । ୨ଟି ହାତୀ ଦାନ୍ତ ଜବତ, ୨ ଗିରଫ । ଆଠମଲ୍ଲିକ ବ୍ଲକର ଜଙ୍ଗଲ ସଂଲଗ୍ନ ଯଦୁପୁର ଗ୍ରାମରେ ବିକ୍ରି ପାଇଁ ଡିଲ୍ ବେଳେ ୨ଟି ହାତୀ ଦାନ୍ତ ଜବତ ହୋଇଛି। ଗାଁରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ରଖିଥିବା ଖବରପାଇ ଏସଟିଏଫ ଚଢାଉ କରିଥିଲା ।

ଏସଟିଏଫର ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଛଦ୍ମ ବେଶରେ ଉକ୍ତ ବ୍ୟକ୍ତିଙ୍କୁ ଘରକୁ ଯାଇ ହାତୀଦାନ୍ତର ଦରଦାମ ଉପରେ ମୂଲଚାଲ କରିଥିଲେ ।  ହାତୀ ଦାନ୍ତ ଥିବା ନିଶ୍ଚିତ ହେବା ପରେ ଅଭିଯୁକ୍ତକୁ କାବୁ କରି ୨ଟି ହାତୀଦାନ୍ତ ଜବତ କରାଯାଇଛି । ଜବତ ୨ଟି ହାତୀ ଦାନ୍ତର ଓଜନ ୪ କେଜି ୭୦୦ ଗ୍ରାମ ହେବ ।  ମାମଲାରେ୨ଜଣଙ୍କୁ ଗିରଫ କରି ଆଠମଲ୍ଲିକ ଥାନାରେ ଅଟକ ରଖି ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି ।