କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ’ଙ୍କ ଦ୍ଵାରା ବ୍ୟାସନଗର ପୌରପରିଷଦରେ ୧୦ ଗୋଟି ବିଦ୍ୟାଳୟରେ ୧୯ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଶୁଭ ଭିତିପ୍ରସ୍ତର ସ୍ଥାପନ By Swadhikar News Last updated Oct 23, 2025 ବ୍ୟାସନଗର ପୈାରାଅଂଚଳ ସହରରେ ବର୍ତ୍ତମାନ ସମୟର ସରକାରଙ୍କ ପ୍ରୟାସ ବଳରେ ସହରର ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବିଦ୍ୟାଳୟ ଗୃହଗୁଡିକ ଏବେ ନୂତନ ରୂପ ନେଉଛି। ଏହି କ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ’ଙ୍କ କରକମଳରେ ଆଜି ବ୍ୟାସନଗର ପୌରପରିଷଦରେ ୧୦ ଗୋଟି ବିଦ୍ୟାଳୟରେ ୧୯ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ବିଦ୍ୟାଳୟ ଗୁଡିକରେ କୋଉଠି ଶ୍ରେଣୀ ଗୃହ ନଥିଲା’ତ ଆଉ କୋଉଠି ଶ୍ରେଣୀ ଗୃହ ଅବସ୍ଥା ଅତି ଶୋଚନୀୟ ପରିସ୍ଥିତି ଭିତରେ ଗତି କରୁଥିଲା। ତେବେ ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ଦାସନାୟକ ପୈାରାଅଂଚଳର ସ୍ଥାନୀୟ ସନ୍ତରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ବିଶାଳ ଜନସମାଗମ ପଟୁଆରରେ ୧୦ ଗୋଟି ବିଦ୍ୟାଳୟରେ ପହଂଚି ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଭିତିପ୍ରସ୍ତର କାର୍ଯ୍ୟକ୍ରମରେ କୋରେଇ ବିଜେପି ନେତା ଶ୍ରୀ ପ୍ରକାଶ ଧଳ, ପୂର୍ବତନ ସରପଂଚ ଶ୍ରୀମତୀ ରୁନୁ ଭୁୟାଁ, ଦିପ୍ତୀମୟୀ କୁଅଁର, ବ୍ୟାସଦେବ ମଣ୍ଡଳ ସଭାପତି ଶ୍ରୀ ଅଚ୍ୟୁତାନନ୍ଦ ଦାସ, କାଉନସିଲର ଶ୍ରୀ ଅଶୋକ ରାଉତ, ମଣିନ୍ଦ୍ର ସାହୁ, ଶ୍ରୀମତୀ ରଶ୍ମିତା ରାଉତ, ଯୁବମୋର୍ଚ୍ଚା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ବେହୁରା, ପ୍ରିୟବ୍ରତ ରାଉତଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଓ ବିଜେପି କର୍ମୀ ମନେ ଉପସ୍ଥିତ ଥିଲେ । swadhikarswadhikar news Share