Odia News Portal

ମା’ କାଳୀଙ୍କ ମେଢ ବୁଲି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କାଳୀ ମେଢ ବୁଲି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ସନ୍ଧ୍ୟାରେ କେନ୍ଦୁଝର ସହରର ମାଧପୁର କାଳୀ ମନ୍ଦିରକୁ ଯାଇଥିଲେ ।  ସେଠାରେ ମା କାଳୀଙ୍କୁ ଆଳତି କରି ପୁଷ୍ପାଞ୍ଜଳି ଦେଇ ଆଶୀର୍ବାଦ ନେଇଥିଲେ ।  ମନ୍ଦିର ପକ୍ଷରୁ ମା କାଳୀଙ୍କର ଏକ ଫଟୋ ଚିତ୍ର ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ କୁନିକୁନି ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଥିଲେ । ପରେ କାଶୀପୁର ସ୍ଥିତ ଶ୍ମଶାନ କାଳୀ ପୂଜା ମଣ୍ଡପ, ଟେଲିଫୋନ ଏକ୍ସଚେଞ୍ଜ ଛକ ନିକଟସ୍ଥ ନେତ୍ରା କାଳୀ ପୂଜା ମଣ୍ଡପକୁ ଯାଇ ସେଠାରେ ମଧ୍ୟ ମା’ କାଳୀଙ୍କର ଆଶୀର୍ବାଦ ନେଇଥିଲେ । ଶେଷରେ କାଳୀ ତୀର୍ଥ ପୂଜା ମଣ୍ଡପକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଅନୁଷ୍ଠାନର ନିମନ୍ତ୍ରଣ ପାଇ ମାଆଙ୍କ ଦର୍ଶନ କରି ଆଶିଷ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।