ପାନଦୋକାନୀଙ୍କୁ ବୀଭତ୍ସ ହତ୍ୟା: ଘଟଣାସ୍ଥଳରୁ ଦକ୍ଷିଣୀ ଖଣ୍ଡା ଜବତ, ପୂର୍ବ ଶତ୍ରୁତା ସନ୍ଦେହ By Swadhikar News Last updated Oct 25, 2025 ଜଗତସିଂହପୁର ଉପକଣ୍ଠ ଯୋଗଧାରୀରେ ଆଲୋଡ଼ନ। ଜଗତସିଂହପୁର ଉପକଣ୍ଠ ନୂଆ ବସଷ୍ଟାଣ୍ଡ ନିକଟ ଯୋଗଧାରୀ ଛକରେ ଜଣେ ପାନ ଦୋକାନୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ପୋକପୁର ଅଞ୍ଚଳର ଜ୍ଞାନ ରଞ୍ଜନ ପୋଥାଳ। ମାରଣାସ୍ତ୍ରରେ ହାଣି ବୀଭତ୍ସ ହତ୍ଯା କରାଯାଇଥିବା ବେଳେ ଘଟଣାସ୍ଥଳରୁ ଦକ୍ଷିଣୀ କଟୁରି ଜବତ କରାଯାଇଛି। ଘଟଣାକୁ ନେଇ ଗତକାଲି ରାତିରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ମୃତକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |ମିଳିଥିବା ସୂଚନା ଅନୁସାରେ, ଜ୍ଞାନ ରଞ୍ଜନ ସବୁଦିନ ଦୋକାନ ବନ୍ଦ କରି ଘରକୁ ଫେରନ୍ତି। ଗତକାଲି ଫେରିବାରେ ବିଳମ୍ବ ହେବାରୁ ପତ୍ନୀ ପଡ଼ୋଶୀଙ୍କୁ ସାଙ୍ଗରେ ନେଇ ଦେଖିବାକୁ ଆସିଥିଲେ। ଦୋକାନ ଆଗରେ ଜ୍ଞାନ ରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଏହି ଖବର ଜଣାପଡ଼ିବା ପରେ ସାହି ପଡ଼ିଶା, ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ହତ୍ଯାକାରୀର ପତ୍ତା ମିଳିନି। ହତ୍ଯାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। swadhikarswadhikar news Share