ଭୁବନେଶ୍ୱର (୨୬ ଅକ୍ଟୋବର ୨୦୨୫): ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ତଥା ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ନାଥ ପାଢୀ ଗତ ଶୁକ୍ରବାର ଦିନ ୭୫ ବର୍ଷ ବୟସ୍ରେ ପରଲୋକଗମନ କରିଛନ୍ତି। ତାଙ୍କ ମୃତଦେହକୁ ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଆତ୍ମୀୟ ସ୍ବଜନ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଦାହ ସଂସ୍କାର କରାଯାଇଥିଲା।
୧୯୫୦ ମସିହାର ୧୪ ଅକ୍ଟୋବର ତାରିଖରେ ବ୍ରହ୍ମରୁର ଠାରେ ଜନ୍ମ ଗ୍ରହଣ କରିଥିବା ରବିନ୍ଦ୍ର ନାଥ ପାଢୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଦୀର୍ଘ ୩୭ ବର୍ଷରୁ ଅଧିକ ସମୟ ଧରି ନିଷ୍ଠା, ସମ୍ପୂର୍ଣ୍ଣ ବୃତ୍ତିଗତତା ଓ ଲୋକସେବା ପ୍ରତି ଗଭୀର ସମର୍ପଣ ସହିତ ସେବା ଦେଇଥିଲେ। ତାଙ୍କ ଦୀର୍ଘ ସେବାଜୀବନରେ ଉତ୍କୃଷ୍ଟତା ଓ ସଦାଚାରର ନିଦର୍ଶନ ରହିଥିଲା।
ଅବସରଗ୍ରହଣ ପରେ, ସେ ତାଙ୍କ ସମ୍ପୂର୍ଣ୍ଣ ସମୟ ସମାଜସେବା ଓ ସମୁଦାୟ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ସେ ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ରାସ୍ତା ଓ ଜଳ ନିସ୍କାସନ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ନିରନ୍ତର ପ୍ରୟାସ କରିଥିଲେ। ତାଙ୍କ ନିସ୍ବାର୍ଥ ସମର୍ପଣ ଓ ପ୍ରଚେଷ୍ଟା ଅଞ୍ଚଳବାସୀଙ୍କ ଜୀବନକୁ ଉନ୍ନତ କରିବା ରେ ସହାୟକ ହୋଇଥିଲା ଏବଂ ସେ ଅଞ୍ଚଳବାସୀ ଓ ସହକର୍ମୀମାନଙ୍କ ପ୍ରଶଂସା ଅର୍ଜନ କରିଥିଲେ।
ତାଙ୍କ ମୃତ୍ୟୁ ପରେ ପରିବାରରେ ସଂସାରୀଣୀ ଚନ୍ଦ୍ରାବତୀ ପାଢୀ, ବଡ଼ ପୁତ୍ର ତଥା ଦିଲ୍ଲୀର ପ୍ରସିଦ୍ଧ ଆର୍କିଟେକ୍ଟ ଅମରେନ୍ଦ୍ର ପାଢୀ, କନିଷ୍ଠ ପୁତ୍ର ତଥା ବ୍ୟାଙ୍କର ସମରେନ୍ଦ୍ର ପାଢୀ ଓ ଝିଅ କଲ୍ୟାଣୀ ପାଢୀ ଅଛନ୍ତି।
ଗଜପତି ନଗରର ଅଞ୍ଚଳବାସୀ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ବରିଷ୍ଠ ଅଧିକାରୀ ଓ କର୍ମଚାରୀଗଣ ରବିନ୍ଦ୍ର ନାଥ ପାଢୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କୁ ସରଳତା, ଦୟା ଓ ଅଟଳ ସମର୍ପଣର ପ୍ରତୀକ ଭାବେ ସ୍ମରଣ କରିଛନ୍ତି। ତାଙ୍କ ପରଲୋକ ସମାଜ ତଥା ରାଜଧାନୀ ଭୁବନେଶ୍ବର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
