Odia News Portal

୪୭ ଯାତ୍ରୀଙ୍କୁ ନେଇ ଯାଉଥିଲା ଲକ୍ଷ୍ମୀ ବସ୍‌, ଘାଟିରୁ ଖସି ଦୁର୍ଘଟଣାଗ୍ରସ୍ତ

ବ୍ରେକ୍‌ ଫେଲ୍‌ ହୋଇଯିବା ଯୋଗୁଁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଖସିଛି ଲକ୍ଷ୍ମୀ ବସ୍‌। ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଲକ୍ଷ୍ମୀ ବସ୍‌ଟି ଆଜି ୪୭ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା। କାଶୀପୁର ବ୍ଲକ କାଙ୍ଗୁତୁମା ଘାଟିରେ ବସ୍‌ର ଚାଳକ ବ୍ରେକ୍‌ ଫେଲ୍‌ ହେବାର ସମ୍ମୁଖୀନ ହୋଇଥିଲେ। ସେ ଶତ‌ ଚେଷ୍ଟା କରି ମଧ୍ୟ ବସ୍‌କୁ ନିୟନ୍ତ୍ରଣ କରିପାରି ନଥିଲେ। ବସ୍‌ଟି ଦୁର୍ଘଟଣାର ସାମ୍ନା କରିବା ପରେ ଏଥିରୁ ତିନି ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ପ୍ରକାଶ ଥାଉକି ଆଜି କାଶୀପୁର ବୁଧବାର ସାପ୍ତାହିକ ହାଟଥିବା ଯୋଗୁଁ ଗାଡ଼ିରେ ଲୋକ ଅଧିକ ଥିଲେl ମlଣ୍ଡୀବିଶି ଠାରୁ କାଶୀପୁର ରାସ୍ତା କାମ ଚାଲିଥିବା ଯୋଗୁଁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିl ସେଥିପାଇଁ ବହୁ ଗାଡ଼ି ଦୁର୍ଘଟଣାର ସାମ୍ନା କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।