ଧାନ ଖାଇଦେଲା ବୋଲି , ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ । ଗଂଜାମ ଭଂଜନଗର ଉତ୍ତର ବନଖଣ୍ଡ ମୁଜାଗଡ଼ା ବନାଞ୍ଚଳ ବଣିଆପଲ୍ଲୀ ଜଙ୍ଗଲର ଏ ଘଟଣା । ମାମଲାରେ ଶିକାରୀ ଉମାକାନ୍ତ ପ୍ରଧାନଙ୍କୁ ବାନ୍ଧିବା ସହ ୨ଟି ଦେଶୀ ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛି ବନବିଭାଗ । ଗତ ଶନିବାର ଦିନ ଶିକାରୀ ଉମାକାନ୍ତ ହାତୀର ବାମଗୋଡ ଓ ପେଟରେ ଗୁଳିମାଡ଼ କରିଥିଲା । ଗୁଳିମାଡ଼ର ୨ ଦିନ ପରେ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଉମାକାନ୍ତ ଜଣେ ଅଭ୍ୟାସଗତ ଶିକାରୀ ଏବଂ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରୁଥିବା ବନବିଭାଗ ସୂଚନା ଦେଇଛି । ସେପଟେ ହାତୀର ବ୍ୟବଚ୍ଛେଦ ପରେ ମୃତଦେହକୁ ପୋତାଯିବ ବୋଲି ଜଣାପଡିଛି ।
