ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ଉଦଘାଟନ କରିବେ। ବାଲିଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ନଭେମ୍ବର ୧୨ ଯାଏ ଚାଲିବ । ମେଳାରେ ୧୬ଶହରୁ ଅଧିକ ଷ୍ଟଲ ଖୋଲିଥିବା ବେଳେ, ରାଜ୍ୟ ତଥା ରାଜ୍ୟ ବାହାରର ବ୍ଯବସାୟୀ ସାମିଲ ହୋଇଛନ୍ତି । ମେଳାରେ ହସ୍ତଶିଳ୍ପ, ମସଲା , ବସ୍ତ୍ର ଓ କୁଟୀର ଶିଳ୍ପର ପସରା ମେଲିଛି । ଏଥିସହ କଟକ ଦହିବରା, ଠୁଙ୍କା ପୁରୀ ଭଳି ବିଭିନ୍ନ ସୁସ୍ବାଦୁ ଖାଦ୍ୟ ର ସମ୍ଭାର ବି ଲାଗିବ । ତାସହ ପ୍ରତିଦିନ ଦର୍ଶକ ମନୋରଂଜନ ପାଇଁ ସାଂସ୍କୃତିକ ନୃତ୍ୟ ଗୀତର ବି ଆସର ଜମିବ ।ସିଏମସି ପକ୍ଷରୁ ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ ଓ ଅନ୍ୟାନ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ପୋଲିସ ଅଫିସର। ସୁରକ୍ଷା ପାଇଁ ୨୦ କଣ୍ଟ୍ରୋଲ ରୁମ୍ ଖୋଲିଥିବା ବେଳେ, ସିସିଟିଭି ସର୍ଭେଲାନ୍ସ , ଡ୍ରୋନ ସର୍ଭେଲାନ୍ସ , ଟ୍ରଫିକ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା କରାଯାଇଛି । ସମାନ୍ତରାଳ ଭାବେ ଭୁବନେଶ୍ବର କୁଆଖାଇ ନଦୀପଠାରେ ମଧ୍ୟ ବାଲିଯାତ୍ରାର ଆୟୋଜନ କରାଯାଇଛି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ ହୋଇଥାଏ ।
