Odia News Portal

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା କହିଲେ ପରିବାର ଲୋକେ

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ।ଗତକାଲି ବାନ୍ତି ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଏନେଇ ତଦନ୍ତ କରିଛି । ମୃତ ହୋମଗାର୍ଡଙ୍କ ଗୋଟିଏ ପୁଅ ଓ ଝିଅ ରହିଛନ୍ତି। ୬ ମାସ ପୁର୍ବେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା ।  ତାଙ୍କ ଝୁରି ଝୁରି ଏପରି ମୃତ୍ୟୁ ହୋଇଥିବା ତାଙ୍କ ମାଆ ସୂଚନା ଦେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା କହିଛନ୍ତି ସ୍ବାମୀଙ୍କ ମୃତ୍ୟୁ ପାଇଁ ଅବସାଦ ଥିଲେ। ତାଙ୍କର ମୃତ୍ୟୁ ପାଇ ଆମେ ଯାହା ସହାୟତା ହୋଇପାରିବୁ ସେନେଇ ବ୍ୟବସ୍ଥା କରୁଛୁ।