Odia News Portal

ଚାକିରି ଦେବା ବାହାନାରେ ହୋଟେଲ ନେଇ କରୁଥିଲେ ଡିଲ୍, ନାବାଳିକାକୁ ଉଦ୍ଧାର କଲା କମିଶନରେଟ ପୋଲିସ

ଚାକିରି ଦେବା ବାହାନାରେ ହୋଟେଲ ନେଇ ଡିଲ କରୁଥିଲେ । ଚାଲାଣ ପୂର୍ବରୁ ନାବାଳିକାକୁ ଉଦ୍ଧାର କଲା କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବର ଏକ ହୋଟେଲରୁ ଦଲାଲ କବଳରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଅନୈତିକ କାର୍ଯ ପାଇଁ ଚାଲାଣ ହେଉଥିବା ସୂଚନା ମିଳିଛି । ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ନାବାଳିକାର ଘର ଢେଙ୍କାନାଳ ବୋଲି ଜଣାପଡିଛି । ଏକ ସୋ ରୁମରେ ରିସେପ୍ସନିଷ୍ଟ ଚାକିରି ଦେବା ଆଳରେ ଭୁବନେଶ୍ୱର ଆଣିଥିଲେ ଦଲାଲ । ଏହା ପରେ ହୋଟେଲରେ ରଖି ଅନୈତିକ କାର୍ଯରେ ଲିପ୍ତ ପାଇଁ ଡିଲ କରୁଥିଲେ। ଏହା ପୂର୍ବରୁ ମାଡି ବସିଲା ପୋଲିସ । ଏହା ପଛରେ ଏକ ସେକ୍ସ ରାକେଟ ଅପରେଟ ହେଉଥିବା ସଂଦେହ କରୁଛି ପୋଲିସ।