Odia News Portal

ପି ଏମ କିଷାନ ଯୋଜନାରେ କୃଷକଙ୍କୁ ମିଳିଲା ୨୧ ତମ କିସ୍ତି

ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରୁ ପି ଏମ କିଷାନ ଯୋଜନାର ୨୧ ତମ କିସ୍ତି ଆର୍ଥିକ ସହାୟତା ପ୍ରଦାନ ର ଶୁଭାରମ୍ଭ କରାଯାଇଛି | ଏହି ପରିପ୍ରେକ୍ଷିରେ ଭୁବନେଶ୍ୱର ସ୍ଥିତ କୃଷି ଭବନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାଝୀ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦାନ କରି ଚାଷୀ ମାନଙ୍କୁ ଉଦ‌ବୋଧନ ଦେଇଥିଲେ | କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟି କୁଳପତି ଡ଼. ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଉପସ୍ଥିତ ଦେ ଏସ୍ଥିତ ରହି ପି ଏମ କିଷାନ ଯୋଜନା ସମ୍ପର୍କ ରେ ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ । ଏଥି ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ରେ ମଧ୍ଯ ମାନ୍ୟବର ସଂସଦ, ବିଧାୟକ, ଜନ ପ୍ରତିନିଧି ଓ ଚାଷୀ ମାନଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ପିଏମ- କିଷାନରେ କୃଷକମାନଙ୍କୁ ସମାନ ତିନୋଟି କିସ୍ତିରେ ବର୍ଷକୁ ଟ ୬,୦୦୦/- ଙ୍କା ର ସହାୟତା ପ୍ରଦାନ କରାଯାଉଛି ।ଆଜି ଏହି “ପି ଏମ- କିଷାନ ଦିବସ” ଅବସରରେ ରାଜ୍ୟ ସରକାର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସକ୍ରିୟ ଉଦ୍ୟମରେ ଓଡିଶାର ୩୪.୧୨ ଲକ୍ଷରୁ ଉର୍ଦ୍ଧ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତା କୁ ଆଜି ୬୮୨.୫୨ କୋଟିରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯାଇଛି।