Odia News Portal

୬ ମାସରେ ୫ ଜଣଙ୍କ ଅକାଳ ମୃତ୍ୟୁ, ଗ୍ରାମବାସୀ କଲେ ଜଣ୍ଡିସ ଅଭିଯୋଗ

ଗତକାଲି ରାୟଗଡ଼ା ସଦର ବ୍ଲକ ମାଟିକଣା ପଞ୍ଚାୟତର ପଦକାପାଡ଼ୁ ଗ୍ରାମର ନାଗେଶ ନିଶିକା ସକାଳୁ ଚାଷ କାର୍ଯ୍ୟରେ ଡଙ୍ଗର ଯାଇଥିଲେ, ସେଠାରେ ‌ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଘରକୁ ଫେରିଲା ପରେ ନାଗେଶଙ୍କୁ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା ଏବଂ ସଂଧ୍ୟା ବେଳେ ଚିକିତ୍ସା ପୂର୍ବରୁ ହିଁ ନିଜ ବାସଗୃହରେ ଟଳି ପଡ଼ିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା । ପରିବାର ବର୍ଗ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଥିଲା ଯେ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିଲା ହଠାତ ଗୋଟିଏ ଦିନରେ ସେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ ଏବଂ କାରଣ ସଂପର୍କରେ  ପରିବାର କିମ୍ବା  ଗ୍ରାମବାସୀଙ୍କ ପାଖରେ କୌଣସି ତଥ୍ୟ ନଥିଲା।ସେହି ଗ୍ରାମର କେବଳ ନିଶିକା ନୁହନ୍ତି,  ମୁନା ପେରପେକା ୨୫ବର୍ଷ ଜଣ୍ଡିସରେ, ହିରେ ନିଶିକା ୩୦ ବର୍ଷ ଜଣ୍ଡିସରେ,ଡିରକା ନିଶିକା ୬୨ ବର୍ଷ ଗୋଡ ହାତ ମୁହଁ ଫୁଲିଥିଲା ଓ ମୁତୁଲି ପେରପେକା ୬୪ ବର୍ଷ ଗୋଡ଼ ହାତ ମୁହଁ ଫୁଲିଥିଲା ସମସ୍ତେ ଅସ୍ବାଭବିକ ମୃତ୍ୟୁବରଣ କରିଛନ୍ତି । ଅସ୍ବାଭାବିକ ମୃତ୍ୟୁକୁ ନେଇ ଗ୍ରାମରେ ଭୟର ବାତାବରଣ ଖେଳି ଆତଙ୍କ ଖେଳିଯାଇଛି । ସେହି ଗ୍ରାମର ସାନମା ନିଶିକାଙ୍କ ମଧ୍ୟ ମୁହଁ ଫୁଲିଥିବା ଦେଖିବାକୁ ମିଳିଥିବା ବେଳେ ବିଜୁ ନିଶିକା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଗ୍ରାମର ଯୁବକ ଅରକ୍ଷିତ ନିଶିକା କହିଛନ୍ତି ଗ୍ରାମରେ ୨ଟି ନଳକୂପ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି । ପୂର୍ବରୁ ୨ଜଣ ଜଣ୍ଡିସରେ ମୃତ୍ୟବରଣ କରିଥିବାରୁ ଦୂଷିତ ଜଳ ଯୋଗୁଁ ହିଁ ଏଭଳି ଅସ୍ବାଭାବିକ ମୃତ୍ୟୁ ହେଉଥିବା ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗ୍ରାମକୁ କୌଣସି ସ୍ବାସ୍ଥ୍ୟକର୍ମୀ ଆସୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଦୂଷିତ ପାଣିକୁ ନେଇ ଗ୍ରାମବାସୀମାନେ ଅଭିଯୋଗ ଯେ କିଛି ବର୍ଷ ହେଲା ନଳକୂପ ଗୁଡିକୁ ମରାମତି କରାଯାଇନାହିଁ ଏବଂ ଅପରିଷ୍କାର ପରିବେଶ ମଧ୍ୟରେ ‌ଗ୍ରାମବାସୀ ମାନେ ସେଠାର ଜଳ ବ୍ୟବହାର କରୁଥିବା ଯୋଗୁଁ ଏଭଳି ହୋଇଥିବା  କହିଛନ୍ତି ।ରାୟଗଡ଼ା ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୧୫ରୁ ୨୦ କିମି ଦୂରତା । ଗ୍ରାମରେ ପାଖାପାଖି ୨୫ ପରିବାର ବସବାସ କରୁଥିବା ବେଳେ ପାଖାପାଖି ୧୦୦ ଲୋକ ରହିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭି. ସୁଞ୍ଜାନୀ ଦେବୀଙ୍କୁ ପଚାରିବାରୁ ଏଭଳି ଘଟଣା ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିବା ସହ ଆସନ୍ତାକାଲି ପଦକାପାଡୁ ଗ୍ରାମକୁ ଏକ ମେଡିକାଲ ଟିମ ପଠାଇବି ମୃତ୍ୟର କାରଣ ସଂପର୍କରେ ତଦନ୍ତ କରାଇବେ ବ‌ୋଲି କହିଛନ୍ତି ।