Odia News Portal

ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି, ବୁଲିବ ତାରବାଡ

ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି ।  ବୁଲିବ ତାରବାଡ ।  ପ୍ରବେଶ କରିପାରିବେ ନାହିଁ ଅନୁପ୍ରବେଶକାରୀ ।  ଗତକାଲି ସାଲିଆ ସାହି ବସ୍ତି ଉଚ୍ଛେଦ ଅଭିଯାନ ଶେଷ ହୋଇଛି ।  ପ୍ରାୟ ୩ ଦିନ ଧରି ଏହି ଅଭିଯାନ ଚାଲିଥିବା ବେଳେ ହଜାର ହଜାର ଲୋକେ ବିସ୍ଥାପିତ ହୋଇଛନ୍ତି । ଖାଲି ହୋଇଥିବା ସ୍ଥାନରେ ଯେପରି ପୁନଃ ଅବରୋଧ ନହେବ ସେନେଇ ଆଜି ସଂପୃକ୍ତ ଅଞ୍ଚଳରେ ଲୁହା ତାରବାଡ ବୁଲାଇବ ବିଏମସି ।  ବର୍ତମାନ ସମସ୍ତ ବିସ୍ଥାପିତ ଙ୍କୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅସ୍ଥାୟୀ ଶିବିର ତଥା ବିଭିନ୍ନ କଲ୍ୟାଣ ମଣ୍ଡପ ମଧ୍ୟରେ ଆଶ୍ରୟ ଦିଆଯାଇଛି ।ଖୁବଶୀଘ୍ର ଯୋଗ୍ୟ ବିସ୍ଥାପିତଙ୍କୁ ଦିଆଯିବ ସରକାରୀ ଘର ।  ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବର୍ତମାନ ସୁଦ୍ଧା ବିଏମସି ପାଖରେ ୪୫୫ ଘର ମହଜୁଦ ରହିଛି ।  ଖୁବଶୀଘ୍ର ଏହାକୁ ଦେବାର ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରଣା । ତିନିଦିନ ଧରି ଚାଲିଥିବା ଏହି ବସ୍ତି ଉଚ୍ଛେଦ ଅଭିଯାନରେ ୧୫ ରୁ ଉର୍ଦ୍ଧ ଜେସିବି, ୧୧ ପ୍ଲାଟୁନ ପୋଲିସ ଫୋର୍ସ ସହ ପ୍ରାୟ ୨୦୦ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।