Odia News Portal

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ହୋଇପାରେ ଘନୀଭୂତ

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ ।  ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପକୂଳ ଠାରୁ ଏହା ବହୁ ଦୂରରେ ରହିଛି ।  ଏହା ଆହୁରି ଘନୀଭୂତ ହେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ ନଭେମ୍ବର ପାଖାପାଖି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ।  ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇପାରେ ।

ଏହା ବାତ୍ୟାର ରୂପ ନେବ କି ନାହିଁ ସେ ପ ନେଇ ଆଇଏମଡି ଏପର୍ଯ୍ୟନ୍ତ ଆକଳନ କରି ନାହିଁ ।  ଯଦିଓ ବିଭିନ୍ନ ପାଣିପାଗ ମଡେଲ, ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରିଛନ୍ତି ।  ଅନ୍ୟପଟେ ଓଡ଼ିଶା ଉପକୂଳ ଠାରୁ ଲଘୁଚାପ ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।