Odia News Portal

ଓଡ଼ିଶାରେ ୪୬ଟି IAS, ୬୭ଟି IPS, ୭୦ଟି IFS ପଦବୀ ଖାଲି: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଉତ୍ତର

ବିଧାନସଭାରେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ଖାଲି ପଦବୀ ସମ୍ପର୍କରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ । ଆଜିର ବିଧାନସଭା ଅଧିବେଶନ କାଳରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓଡ଼ିଶାରେ ଆଇଏଏସ୍ (IAS), ଆଇପିଏସ୍ (IPS) ଏବଂ ଆଇଏଫଏସ୍ (IFS) କ୍ୟାଡରର ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା, ବର୍ତ୍ତମାନର ଖାଲି ପଦବୀ ଏବଂ ଏଗୁଡିକ ପୂରଣ ହେବାର ସମୟସୀମା ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଏକ ଲିଖିତ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ ସେବା (IPS) ଏବଂ ଭାରତୀୟ ବନ ସେବା (IFS) ଅଧିକାରୀଙ୍କ ପଦବୀଗୁଡିକ ସର୍ବଭାରତୀୟ ସେବାର ଅଂଶବିଶେଷ ଏବଂ ଏଗୁଡିକ ଭାରତ ସରକାରଙ୍କ ଦ୍ୱାରା ପୂରଣ କରାଯାଇଥାଏ। ଓଡ଼ିଶା କ୍ୟାଡରରେ ବର୍ତ୍ତମାନର ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା ଏବଂ ଖାଲି ପଦବୀର ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

ଆଇଏଏସ୍ (IAS): ଓଡ଼ିଶା କ୍ୟାଡର
ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା: ୨୪୮
ବର୍ତ୍ତମାନ ଖାଲି ପଦବୀ: ୪୬

ଆଇପିଏସ୍ (IPS): ଓଡ଼ିଶା କ୍ୟାଡର
ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା: ୧୯୫
ବର୍ତ୍ତମାନ ଖାଲି ପଦବୀ: ୬୭

ଆଇଏଫଏସ୍ (IFS): ଓଡ଼ିଶା କ୍ୟାଡର
ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା: ୧୪୧
ବର୍ତ୍ତମାନ ଖାଲି ପଦବୀ: ୭୦