ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ। ଟୋକନକୁ ନେଇ ଜିଲ୍ଲାର ୩ଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ରେମେଡ, ସିନ୍ଦୁରପଙ୍କ ଓ ଧମା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବାବେଳେ ୧୯ ହଜାର ଚାଷୀଙ୍କ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ଯାହାର ଟୋକନ ଆସିଛି । ସେମାନେ ଦ୍ବିତୀୟ ପର୍ଯ୍ଯାୟ ଟୋକନ ଆସିନାହିଁ । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି ।
