Odia News Portal

ବୁଲୁଛି ଅସୁସ୍ଥ ହାତୀ, ବନ ବିଭାଗ ପକ୍ଷରୁ ରଖାଯାଇଛି ନଜର

ବୁଲୁଛି ଅସୁସ୍ଥ ହାତୀ । ନୀଳଗିରି ଫେରନ୍ତା ଝାଡଖଣ୍ଡି ହାତୀପଲରେ ପୁଣି ଗୋଟିଏ ହାତୀ ଅସୁସ୍ଥ । ୨୭ ଟିକିଆ ହାତୀପଲ ନୀଳଗିରି କୁଲଡିହା ଜଙ୍ଗଲରୁ ଫେରିବା ବେଳେ ବେତନଟୀ ରେଞ୍ଜ କ୍ଷୀରିପଦା ଜଙ୍ଗଲରେ ଏକ ହାତୀ ଅସୁସ୍ଥ ଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖାଯାଇଛି ।ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯିବାର ବ୍ୟବସ୍ଥା କରୁଛି ବନ ବିଭାଗ । ହାତୀଟିର ଜିଭ କଟି ଯାଇଥିବାରୁ ସେ ଖାଦ୍ୟ ଖାଇ ପାରୁନାହିଁ । ୨୭ ଟିକିଆ ହାତୀପଲରୁ ପୂର୍ବରୁ ୨୫ ଟି ହାତୀ ଫେରିଥିବା ବେଳେ ଗତକାଲି ରାତିରେ ୨ ଟି ହାତୀ ଫେରିଛନ୍ତି । ଅସୁସ୍ଥ ହାତୀଟି କ୍ଷୀରିପଦା ଜଙ୍ଗଲରେ ଅଛି।