ମହେନ୍ଦ୍ରଗିରିକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଗଜପତି ଜିଲ୍ଲା ରାୟଗଡ ବ୍ଲକ ବଡମାସିଂ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୧୫ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ପର୍ଯ୍ୟଟକମାନେ ଖୋର୍ଦ୍ଧା ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନେ ଆଜି ମହେନ୍ଦ୍ରଗିରି ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ଗାରାବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।
