ତୁରେକେଲା ଟ୍ରେନ ଲାଇନ ପାରି ହେଲେ ହାତୀପଲ । ବଲାଙ୍ଗିର ଜିଲ୍ଲା ତୁରେକେଲାରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରଵ । ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ଘର ଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ଗତ ୧ ମାସରୁ ଅଧିକ ସମୟ ହେବ ୩୦ଟିକିଆ ହାତୀପଲ ଉତ୍ପାତ ମଚାଇଛନ୍ତି । ଏହି ହାତୀପଲ ନୂଆପଡ଼ା ଜିଲ୍ଲା ତିଖାଲି ଅଞ୍ଚଲରୁ ଆସିଥିଲେ। ପରବର୍ତ୍ତୀ ସମୟରେ ହାତୀପଲରୁ ଗୋଟିଏ ହାତୀ ତିଖାଲି ଫେରି ଯାଇଛି ।
ଏବେ ୨୯ ଟି ହାତୀ ଅଞ୍ଚଳରେ ଘୁରି ବୁଲୁଛନ୍ତି । ଆଜି ସକାଳୁ ହାତୀପଲ ତୁରେକେଲା ରେଳ ଷ୍ଟେସନ ପାରି ହୋଇ ଲାଠୋର ରେଞ୍ଜକୁ ଯାଇଛନ୍ତି । ରେଲୱେ ଟ୍ରାକର ଗୋଟେ ପଟେ ଜଙ୍ଗଲ ଥିବା ବେଳେ ହାତୀମାନେ ଟ୍ରାକ ପାର କରି ଜଙ୍ଗଲ ଦେଇ ଲାଠୋର ରେଞ୍ଜକୁ ଯାଇଥିବା ସୂଚନା ମିଳିଛି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।
