Odia News Portal

ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା:  ଅଟୋ- କାର-ହାଇୱା ପିଟାପିଟି, ୩ ଗୁରୁତର

ଭୁବନେଶ୍ବର ଏଜି ଛକରେ ରାତି ଅଧରେ ବଡ଼ ଧରଣର ଦୁର୍ଘଟଣା ।  ଅଟୋ- କାର-ହାଇୱା ପିଟାପିଟି ।  ଷ୍ଟେସନରୁ ଯାତ୍ରୀ ନେଇ ଯାଉଥିବାବେଳେ ଧକ୍କା ଦେଇଥିଲା ହାଇୱା ।  ଅଟୋକୁ ପିଟିବା ପରେ ହାଇୱାଟି ଡିଭାଇଡର ଉପରେ ଚଢିଯାଇ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ହାଇୱା ଚାଳକକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।