Odia News Portal

କୋଣାର୍କ ସୂର୍ଯ୍ୟ ମନ୍ଦିରରରେ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍, ଧାଡିରେ ଯାଇ ନିଖୁଣ କାରୁକାର୍ଯ୍ୟ ଦେଖିବେ ପର୍ଯ୍ୟଟକ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଲା ବ୍ୟାରିକେଡ୍ । ନୂଆବର୍ଷ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍ । ଆସନ୍ତାକାଲି ବଡ଼ ଦିନ ।  କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ଲଗାଯାଇଛି । ଧାଡିରେ ଯାଇ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଦେଖି ପାରିବେ ପର୍ଯ୍ୟଟକ ।  ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧାରେ ବୁଲିବା ଲାଗି ଏହି ନୂଆ ପଦକ୍ଷେପ ନିଆଯାଇଛି। ଅନଲାଇନ ଓ ଅଫଲାଇନ ଟିକେଟ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯାଉଛି । ଆଉ ଟିକେଟ କଳାବଜାରୀ ହୋଇ ପାରିବନାହିଁ ।