Odia News Portal

ଖଣ୍ଡଗିରି-ଉଦୟଗିରି ବୁଲିଲେ ୯ହଜାର ପର୍ଯ୍ୟଟକ

ନୂଆବର୍ଷ ପାଇଁ ଆଜି ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳୀରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସନ୍ଧ୍ୟା ଯାଏ ଉଭୟ ପାହାଡ଼ରେ ୧୩ ହଜାରରୁ ଅଧିକ ପର୍ଯ୍ୟଟକ ସମାଗମ ହୋଇଥିଲେ। ଜାତୀୟ ରାଜପଥରୁ ପାହାଡ଼ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଦେଖିବାକୁ ମିଳିବା ସହ ଶହଶହ କାର ରାସ୍ତାକୁ ଜାମ୍‌ କରିଦେଇଥିଲା। ଫଳରେ ଭିଡ଼ ଭିତରେ ଯମଜ ପାହାଡ଼ରେ ଗାଡ଼ି ପାର୍କିଂ ନେଇ ସମସ୍ୟା ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଉଭୟ ପାହାଡ଼କୁ ଆଜି ୯ହଜାର ୩ଶହ ଜଣ ବୁଲିଛନ୍ତି। ୧୫ ବର୍ଷରୁ କମ୍ ଥିବା ପିଲାଙ୍କ ପାଇଁ ଟିକେଟ ମାଗଣା। ହେଲେ ପ୍ରାୟ ୧୫ଶହରୁ ଅଧିକ ପିଲା ଆଜି ଐତିହ୍ୟ ବୁଲି ଦେଖିଛନ୍ତି।