ଘନ କୁହୁଡି ଯୋଗୁଁ ଦେଶରେ ବିମାନ ଚଳାଚଳ ବାଧାପ୍ରାପ୍ତ । ଘଣ୍ଟା ଘଣ୍ଟା ବିଳମ୍ବରେ ଏକାଧିକ ଏୟାର ଇଣ୍ଡିଆ ବିମାନ ଚାଲିଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX1057 ଯାହା ୭.୫୫ ରେ ଭୁବନେଶ୍ୱରରେ ପହଞ୍ଚିବାର ଥିଲା ତାହା ଦିଲ୍ଲୀରୁ ବିଳମ୍ବ ହୋଇ ବର୍ତ୍ତମାନ ୯.୩୯ ରେ ଭୁବନେଶ୍ବରରେ ପହଞ୍ଚିବାର ଅଛି ।
ସେହିଭଳି ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନ AI1747 ମଧ୍ୟ ବିଳମ୍ବରେ ଚାଲିଛି । ବାଙ୍ଗାଲୋରରୁ ଭୁବନେଶ୍ୱର ଆସିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX1215 ଏକ ଘଣ୍ଟା ବିଳମ୍ବରେ ଚାଲିଛି । ଯାହା ୯.୩୫ ରେ ଭୁବନେଶ୍ୱରରେ ପହଞ୍ଚିବା କଥା ତାହା ଏବେ ୧୦.୩୫ ରେ ପହଞ୍ଚିବା ନେଇ ସୂଚନା ରହିଛି ।
ସେହିଭଳି ଭୁବନେଶ୍ୱରରୁ ଉଡାଣ ଭରୁଥିବା ବିଭିନ୍ନ ବିମାନ ଚଳାଚଳ ମଧ୍ୟ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇଛି । ଫଳରେ ଯାତ୍ରୀ ମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
