Odia News Portal

ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା, ଡାଟା ବିଶ୍ଲେଷଣ କରୁଛି ଇସ୍ରୋ

ଇସ୍ରୋର PSLV-C62 ମିଶନ୍ ଫେଲ୍ । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏ ନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ଯ୍ଯାୟରେ ଅନ୍ବେଷାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଦିଗହରା ହେଲା ଓ କକ୍ଷପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ସାଟେଲାଇଟ ଅନ୍ବେଷା ।୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ ଅନ୍ବେଷା ଉପଗ୍ରହ ପଠାଯାଇଥିଲା । ସକାଳ ୧୦.୧୭ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଥିଲା ।୫୦୫ କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥରେ ସ୍ଥାପନ କରାଯାଇଥାନ୍ତା । ଡିଆରଡିଓ ଦ୍ବାରା ବିକଶିତ ଏହି ଉପଗ୍ରହ ୪୦୦ କିଲୋଗ୍ରାମ ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ଉପଗ୍ରହ । ୧୨ ମିଟର ରିଜୋଲ୍ୟୁସନ ସହିତ, ଏହା ପ୍ରତିରକ୍ଷା ନିରୀକ୍ଷଣ, କୃଷି ମୂଲ୍ୟାଙ୍କନ, ସହରାଞ୍ଚଳ ମ୍ୟାପିଂ ଏବଂ ପରିବେଶଗତ ଟ୍ରାକିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା ।