ବାଲି ବୋଝେଇ ଗାଡ଼ିରେ ବାଲିକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ । ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ବାଲି କଭର କରିବା ବାଧ୍ୟତାମୂଳକ । ଯଦି କଭର ହୋଇ ନଥିବ ତେବେ ତାକୁ ଅନୁମତି ମିଳିବ ନାହିଁ । ବାଲିଗୁଡିକୁ ଟାର୍ପୋଲିନ କିମ୍ବା ମୋଟା ପଲିଥିନରେ ଘୋଡ଼ାଇବାକୁ ପଡିବ । ଗାଡ଼ି ବାହାରିବା ପୂର୍ବରୁ ଘାଟରେ ଥିବା କର୍ମଚାରୀ, ସୁନିଶ୍ଚିତ କରିବେ ଯେ ବାଲି ଗାଡ଼ି ଘୋଡ଼ା ହୋଇଛି ନା ନାହିଁ । ପ୍ରତି ଲୋଡିଂ ପଏଣ୍ଟରେ ସିସିଟିଭି ଜରିଆରେ କଡ଼ା ଚେକିଂ କରାଯିବ । ନିୟମ ଉଲଂଘନ କଲେ ଓଏମଏମସି ନିୟମ ଅଧିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।ରଦ୍ଦ ହେବ ବାଲି ଉଠାଣ ଅନୁମତି ସହ ଖାଦାନର ଲିଜ୍ ।
