ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାଁବନାପୁର ପଞ୍ଚାୟତ ବୟାଁ ଗ୍ରାମର ପୁଅ,ବହୁ ଓ ସମୁଦୁଣୀ ମିଶି ଏକ ମାସ ପାଞ୍ଚ ଦିନର ଶିଶୁ କନ୍ୟାକୁ ବିକ୍ରି କରିଥିବା ଜେଜେମାର ଥାନାରେ ଲିଖିତ ଅଭିଯୋଗ। ଅଭିଯୋଗ ପାଇ ଭଣ୍ଡାରିପୋଖରୀ ଥାନା ଅଧିକାରିଣୀ ଗାଁକୁ ତଦନ୍ତ ପାଇଁ ସଦଳବଳେ ଯାଇଥିବା ବେଳେ ସାବିତ୍ରୀ ଦାସଙ୍କ ଅଭିଯୋଗର ସତ୍ୟାସତ୍ୟକୁ ଜାଣିବା ପାଇଁ ପୁଅ,ବହୁ ଓ ସମୁଦୁଣୀକୁ ଉଠାଇ ଆଣିଛି ପୁଲିସ। ପୁଅ ସିପୁ ଦାସ ଓ ବହୁ ରିନା ମିଶି ଗତ କାଲି ସକାଳେ ନାତୁଣୀକୁ କେଉଁ ଆଡକୁ ନେଇ ଯାଇଥିଲେ. ତେବେ ରାତିକୁ ନାତୁଣୀ ନ ନେଇ ଫେରିବାରୁ ସନ୍ଦେହ କରି ସିପୁଙ୍କ ମା ନାତୁଣୀ କୁଆଡେ ଗଲା ବୋଲି ପଚାରି ବାରୁ ସେମାନେ ଓଲଟି ପାଟିତୁଣ୍ଡ କରିଥିଲେ. ତେଣୁ ତାଙ୍କର ଏକ ମାସର ନାତୁଣୀକୁ ପୁଅ ବହୁ ମିଶି ବିକ୍ରି କରିଛନ୍ତି ବୋଲି ସାବିତ୍ରୀ ଦାସ ଆଜି ଥାନାର ଅଭିଯୋଗ କରିଛନ୍ତି। ନିଖୋଜ ଶିଶୁ କନ୍ୟା ସମ୍ପର୍କରେ ପୁଲିସ ପଚରା ଉଚରା ଜାରୀ ରଖିଛି ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
