ମାତିଛି ବାରହା । ଦୁଇ ଦିନରେ ଦୁଇ ଜଣଙ୍କୁ ଆକ୍ରମଣ କରି କଲା ଲହୁଲୁହାଣ । କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ନିକଟ ଡାଙ୍ଗମାଳ ଅଞ୍ଚଳରେ ବାରହା ଆତଙ୍କ । ଗତକାଲି ସନ୍ଧ୍ୟାରାଣୀ ଗିରି ନାମକ ଜଣେ ମହିଳା ବାଡ଼ିରେ କାମ କରୁଥିବା ସମୟରେ ବାରହା ଆକ୍ରମଣ କରିଥିଲା ।
ସେହିପରି ତ୍ରିଲୋଚନ କଅଁର ବିଲକୁ ଯିବା ସମୟରେ ବାରହା ଆକ୍ରମଣର ଶୀକାର ହୋିଥିଲେ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଭିତରକନିକା ଅଞ୍ଚଳରେ ବାରହା ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
